ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଏମସି କମିଶନର ଓ ଏଏସଆଇ ଟିମ୍ | News Room Odisha

ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ବିଏମସି କମିଶନର ଓ ଏଏସଆଇ ଟିମ୍

ଭୁବନେଶ୍ୱର- ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛି ଏଏସଆଇ ଓ ବିଏମସି ଟିମ୍ । ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ସମୀକ୍ଷା ପରେ କୁହାଯାଇଛି । ବିଏମସି କମିଶନର ସଞ୍ଜୟ ସିଂହ ଓ ଏଏସଆଇ ଅଧୀକ୍ଷକ ଆଜି ସକାଳେ ଲିଙ୍ଗରାଜ ମନ୍ଦିର ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ବିଭିନ୍ନ ସ୍ଥାନର ଯାଂଚ କରିଥିଲେ । ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ ତାହା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟା ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗି ଯାଇଥିଲା । ଏହାକୁ ମରାମତି କରିବା ପାଇଁ ସେବାୟତମାନେ ଦାବି କରିଆସୁଥିଲେ । ତେବେ, କୋରୋନା ଯୋଗୁଁ କାମ ଆରମ୍ଭ ହୋଇପାରୁ ନ ଥିଲା । ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ ପାଇଛି । ବିଏମସି କମିଶନର କହିଛନ୍ତି ଯେ, ମନ୍ଦିରରେ ବର୍ତ୍ତମାନ କାଠ କବାଟ କାମ ଚାଲିଛି । ପ୍ରଭୁଙ୍କ କୃପା ହେଲେ ସମସ୍ତଙ୍କ ସହଯୋଗରେ ରୂପା କବାଟ ଲାଗିବ । ଏହାଛଡା ଶିବଶକ୍ତି ମନ୍ଦିର ଚାରିପଡେ ବାଡ ଦିଆଯିବ ।