ହକି ଯାଦୁକରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ହକି ଯାଦୁକରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧ୍ୟାନଚାନ୍ଦ ନିଜର ଅପୂର୍ବ ହକି କୌଶଳରେ ଲକ୍ଷ ଲକ୍ଷ ଲୋକଙ୍କୁ ବଶୀଭୂତ କରିଥିଲେ । ସେ ମଧ୍ୟ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ । ଧ୍ୟାନଚାନ୍ଦ ବିଶ୍ୱର କ୍ରୀଡାବିତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Chief Minister Naveen PatnaikHockey IndiaMajor Dhyan Chand