ରାଜ୍ୟରେ ଆଉ ୬୦୯ ନୂଆ କୋରାନା ପଜିଟିଭ, ୯୭ ସଂକ୍ରମିତ ୧୮ ବର୍ଷରୁ କମ୍ ବୟସ୍କ | News Room Odisha

ରାଜ୍ୟରେ ଆଉ ୬୦୯ ନୂଆ କୋରାନା ପଜିଟିଭ, ୯୭ ସଂକ୍ରମିତ ୧୮ ବର୍ଷରୁ କମ୍ ବୟସ୍କ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୩୫୪ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ୨୦୯, କଟକରୁ ୭୧, ଯାଜପୁରରୁ ୩୬, ମୟୂରଭଞ୍ଜରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ୱରରୁ ୨୧, ଜଗତସିଂହପୁରରୁ ୨୦, ପୁରୀରୁ ୨୦, କେନ୍ଦ୍ରାପଡାରୁ ୧୯, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୬, ନୟାଗଡରୁ ୧୧, ଦେବଗଡରୁ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧରୁ ୯, ଭଦ୍ରକରୁ ୯, ସୁନ୍ଦରଗଡରୁ ୮, ଗଞ୍ଜାମରୁ ୬, କନ୍ଧମାଳରୁ ୫, କେନ୍ଦୁଝରରୁ ୫, ରାୟଗଡାରୁ ୫, ବରଗଡରୁ ୪, ଝାରସୁଗୁଡାରୁ ୩, କୋରାପୁଟରୁ ୩, ସୁବର୍ଣ୍ଣପୁରରୁ ୨, ଗଜପତିରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିରୁ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୭ ହଜାର ୧୧୨ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୯ ଲକ୍ଷ ୯୧ ହଜାର ୬୩୦ ସୁସ୍ଥ ହୋଇସାରିଛନ୍ତି । ୭ ହଜାର ୫୨୮ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19