ଆଜି ଆସିପାରେ ସେପଟେମ୍ବର ମାସର କୋରୋନା ଗାଇଡଲାଇନ୍‌ | News Room Odisha

ଆଜି ଆସିପାରେ ସେପଟେମ୍ବର ମାସର କୋରୋନା ଗାଇଡଲାଇନ୍‌

ଭୁବନେଶ୍ୱର- ଆଜି ଆସିପାରେ ସେପଟେମ୍ବର ମାସର କୋରୋନା ଗାଇଡଲାଇନ୍ସ । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ବିପଦ ସଂପୂର୍ଣ୍ଣ ଟଳିନାହିଁ । ଏଣେ ସମ୍ଭାବ୍ୟ ତୃତୀୟ ଲହର ଓ ଆଗକୁ ପାର୍ବଣ ଋତୁ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ସେପଟେମ୍ବର ଗାଇଡଲାଇନ୍ କେମିତି ରହିବ , ତାହା ଉପରେ ନଜର ରହିଛି । ସେପଟେମ୍ବର ଗାଇଡଲାଇନ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସୁଛି ।

ଅନୁମାନ କରାଯାଉଛି ଯେ, ସଂକ୍ରମଣ ହ୍ରାସ ହୋଇଥିବାରୁ କଟକଣାକୁ ଆଉ କିଛି କୋହଳ କରାଯାଇପାରେ । ପୁରୀ, ଭୁବନେଶ୍ୱର ଓ କଟକ ସହରରେ ସପ୍ତାହାନ୍ତ ସଟ୍‌ଡାଉନ ଉଠାଇ ଦିଆଯାଇପାରେ । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁର ଅବଧି ବି ହ୍ରାସ କରିବା ପାଇଁ ବି ସରକାର ବିଚାର କରିପାରନ୍ତି । ଉଭୟ ଜୀବନ ଓ ଜୀବିକା ଦୃଷ୍ଟିରୁ ସରକାର ଭାବିଚିନ୍ତି ପଦକ୍ଷେପ ନେବେ ।