ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ | News Room Odisha

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ସମ୍ବଲପୁର -ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ସେପଟେମ୍ବର ୧୧ ତାରିଖରେ ପଞ୍ଚମୀ ତିଥିରେ ସକାଳ ୧୦ ଘଣ୍ଟା ୧୫ ମିନିଟରୁ ୧୦ ଘଣ୍ଟା ୨୫ ମିନିଟ ଭିତରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟ ମଧ୍ୟରେ ମାଆ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଗ୍ରହଣ କରିବେ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ମାଆ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଶୁଭଲଗ୍ନ ବାହାରିଥାଏ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ଲଗ୍ନ ସ୍ଥିର ହୋଇଥାଏ ।