ତୁଳା ଲଗ୍ନରେ ନୂଆଁଖାଇ | News Room Odisha

ତୁଳା ଲଗ୍ନରେ ନୂଆଁଖାଇ

ସମ୍ବଲପିର: ଆଜି ପବିତ୍ର ନନ୍ଦୋତ୍ସବ ରେ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ନୂଆଖାଇ ଲଗ୍ନ ବାହାରିଲା। ବ୍ରହ୍ମପୁରା ମନ୍ଦିର କମିଟୀ ର ଆହ୍ୱାନ କ୍ରମେ ପଣ୍ଡିତ ମହାସଭା ଲଗ୍ନ ନିର୍ଧାରଣ କରିଥିଲେ। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ସକାଳ ୧୦:୧୫ ମି. ରୁ ୧୦:୨୫ ମି. ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଠାରେ ନବାନ୍ନ ଲାଗି ହେବା ପାଇଁ ସ୍ଥିରୀକୃତ ହେଲା। ଏହି ବୈଠକ ରେ ପଣ୍ଡିତ ମହେଶ୍ୱର ନାୟକ,ପଣ୍ଡିତ ଲକ୍ଷ୍ମଣ ବେହେରା,ପଣ୍ଡିତ ଅମରନାଥ ମିଶ୍ର,ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର,ପଣ୍ଡିତ ଶଶାଙ୍କ ଶେଖର ମିଶ୍ର,ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ ଏବଂ ଅନ୍ୟ ପଣ୍ଡିତ ମାନେ ଯୋଗ ଦେଇଥିଲେ।ମନ୍ଦିର କମିଟୀ ସଦସ୍ୟ ସରୋଜ ଦଳପତ,ପ୍ରାଣରଞ୍ଜନ ପଣ୍ଡା,ସୁଶାନ୍ତ ପୁରୋହିତ,ସଞ୍ଜୟ କୁମାର ମିଶ୍ର,ସୁଭେନ୍ଦ୍ର ପଣ୍ଡା,ମିଲୁ ପାଣିଗ୍ରାହୀ, ଅଭିଷେକ ମିଶ୍ର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ଲଗ୍ନ ନିର୍ଧାରଣ ପରେ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ଓ ସଦସ୍ୟ ମାନେ ମା ସମଲେଶ୍ୱରୀ ଙ୍କ ପୀଠକୁ ଯାଇ ଲଗ୍ନପତ୍ର ମା ଙ୍କ ଠାରେ ଅର୍ପଣ କରିଥିଲେ।