ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସ୍ମାର୍ଟ ହେଲଥ କାର୍ଡ | News Room Odisha

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଯୋଜନାରେ ୯୨ ଲକ୍ଷ ପରିବାରରେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ସ୍ମାର୍ଟ ହେଲଥ କାର୍ଡ ବଂଟନ ନେଇ ଘୋଷଣା କରିଥିଲେ । ମାଲକାନଗିରି ଜିଲ୍ଲାରୁ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ ହୋଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହା ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ବିଭିନ୍ନ ଘରୋଇ ହସପିଟାଲ୍ ସହ ରାଜ୍ୟ ବାହାରର କିଛି ଘରୋଇ ହସପିଟାଲରେ ମଧ୍ୟ ଏହି ହେଲଥ ସ୍ମାର୍ଟ କାର୍ଡ କାର୍ଯ୍ୟକ୍ଷମ ହେବ । ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ମହିଳା ଓ ଅନ୍ୟ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଇପାରିବେ ।

BSKY Smart Health CardChief Minister Naveen Patnaik