ସାର ଯୋଗାଣରେ ଅବହେଳା ନେଇ କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି | News Room Odisha

ସାର ଯୋଗାଣରେ ଅବହେଳା ନେଇ କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

‘ଚାଷୀମାରଣ ନୀତି କେନ୍ଦ୍ର ପରିହାର ନକଲେ ପରିଣାମ ଭୟାବହ’

ସମ୍ବଲପୁର: କେନ୍ଦ୍ର ସରକାରଙ୍କର ଓଡ଼ିଶା କୁ ଧାର୍ଯ୍ୟ ସାର ଯୋଗାଣରେ ବିଫଳତା ର ପ୍ରତିବାଦ କରିବା ସହ ଆବଶ୍ୟକୀୟ ୟୁରିଆ,ଡ଼ି.ଏ.ପି,ଏମ.ଓ.ପି,ଏନ.ପି.କେ ତଥା କମ୍ପ୍ଲେକ୍ସ ସାର ତୁରନ୍ତ ଯୋଗାଇବା ଦାବି ରେ ବିଜୁ କୃଷକ ଜନତା ଦଳ,ସମ୍ବଲପୁର ଜିଲ୍ଲା ଶାଖା ତରଫ ରୁ ଏକ ବିଶାଳ ଗଣଧାରଣା ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଛି । ଜ଼ିଲ୍ଲା ବିଜୁ କୃଷକ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଆନନ୍ଦ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରୁ ସହ ସହ ଚାଷୀ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ସଭାର ଉଦ୍ଦେଶ୍ୟ ବର୍ଣନା କରିବା ସହ କହିଥିଲେ ଯେ ଚଳିତ ବର୍ଷ କେନ୍ଦ୍ର ସରକାର ଙ୍କ ସାର ମନ୍ତ୍ରଣାଳୟ ଖରିଫ ଋତୁ ପାଇଁ ୪ ଲକ୍ଷ ୫୦ ହଜାର ଟନ ୟୁରିଆ,୨ ଲକ୍ଷ ମେଟ୍ରିକ ଟନ ଡ଼ି.ଏ.ପି,୧ ଲକ୍ଷ ମେଟ୍ରିକ ଟଣ ଏମ.ଓ.ପି ତଥା ୨ ଲକ୍ଷ ମେଟ୍ରିକ ଟନ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ସେହି ମୁତାବକ ମାସିକ ସପ୍ଲାଇ ପ୍ଲାନ ଅନୁଯାଇ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ କୁ ୩ ଲକ୍ଷ ୧୦ ହଜାର ଟନ ୟୁରିଆ,୧ ଲକ୍ଷ ୮୫ ହଜାର ଟନ ଡ଼ି.ଏ.ପି,୮୫ ହଜାର ଟନ ଏମ.ଓ.ପି,୧ ଲକ୍ଷ ୮୨ ହଜାର ଟନ ଏନ.ପି.କେ ତଥା କମ୍ପ୍ଲେକ୍ସ ସାର ଯୋଗାଇ ଦେବା କଥା ମାତ୍ର ଅଦ୍ୟାବଧି କେବଳ ୨ ଲକ୍ଷ ୧୭ ହଜାର ଟନ ୟୁରିଆ,୧ ଲକ୍ଷ ୪୦ ହଜାର ଟନ ଡ଼ି.ଏ.ପି,୫୦ ହଜାର ମେଟ୍ରିକ ଟନ ଏମ.ଓ.ପି ଓ ୧ ଲକ୍ଷ ୫୦ ହଜାର ଟନ କଂପ୍ଲେକ୍ସ ସାର ଯୋଗାଇ ଦେଇଛନ୍ତି । ଆବଶ୍ୟକୀୟ ଚାହିଦା ଠାରୁ ୯୩ ହଜାର ଟନ ୟୁରିଆ,୪୫ ହଜାର ଟନ ଡ଼ି.ଏ.ପି,୩୫ ହଜାର ଟନ ଏମ.ଓ.ପି ଓ ୩୨ ହଜାର ଟନ ଏନ.ପି.କେ ତଥା ଅନ୍ୟ କମ୍ପ୍ଲେକ୍ସ ସାର ଓଡ଼ିଶା କୁ ଦିଆଯାଇନାହିଁ । ଏହା ଓଡ଼ିଶା ର ଚାଷୀକୁଳ କୁ ଚାଷ କାମ ରେ ହନ୍ତ ସଂତ କରୁଛି । ବ୍ୟାପକ ଭାବେ ସାର ର କଳାବଜ଼ାରି ହେଉଛି । ଅନ୍ୟ ଦିଗରେ ମରୁଡ଼ି ଭଳି ପରିସ୍ଥିତି ରେ ଏହା ରାଜ୍ୟରେ ଫସଲ ଉତ୍ପାଦନ କ୍ଷେତ୍ର ରେ ପ୍ରତିକୂଳ ପ୍ରଭାବ ପକାଇବ ।

ଶ୍ରୀ ସିଦ୍ଧାର୍ଥ ଦାସ କହିଛନ୍ତି ଯେ ପୂର୍ବରୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟର ମାନ୍ୟବର ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଏ ଦିଗରେ ଭାରତ ସରକାର ଙ୍କ ରସନେୟୀକ ଓ ସାର ମନ୍ତ୍ରଣାଳୟ କୁ ସାର ଯୋଗାଣ ନିମନ୍ତେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ରାଜ୍ୟ ର ଚାଷୀ ମାନଙ୍କୁ ଏଇ ପର୍ଯ୍ୟନ୍ତ ଆବଶ୍ୟକୀୟ ମୁତାବକ ସାର ଯୋଗାଣ କରା ଯାଇ ନଥିବା ଅତ୍ୟନ୍ତ ପରୀତାପ ର ବିଷୟ । ସେ କେନ୍ଦ୍ର ସରକାରଙ୍କର ଏହି ଭଳି ଚାଷୀ ବିରୋଧୀ,ଓଡ଼ିଶା ବିରୋଧୀ,ମନବୃତି କୁ ତୀବ୍ର ନିନ୍ଦର କରିଥିଲେ । ଏହା ପରେ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡି ର ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ କେନ୍ଦ୍ର ସରକାର ଙ୍କର ବିଭିନ୍ନ ଚାଷୀବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ । ସିଏ କହିଥିଲେ ଯେ ଏକ ଦିଗରେ ଚାଷୀ ଙ୍କ ଲାଭକୁ ପ୍ରତିଶ୍ରୁତି ମୁତାବକ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ର ର ବିଜେପି ସରକାର ୨ ଗୁଣ କରିବା ତା ଦୂର ର କଥା ବିଧାନସଭାରେ ସର୍ବ ସମ୍ମତି କ୍ରମେ ଗୃହୀତ ସ୍ୱମୀନାଥଂ କମିଟି ରିପୋର୍ଟ ମୁତାବକ ଧାନ ର ଖରିଦ ଦ୍ୱାରା ୨୯୮୦ ଟଙ୍କା କରି ନାହାନ୍ତି । ସାର ର ଆବଶ୍ୟକୀୟ ଯୋଗାଣ ରେ କେନ୍ଦ୍ର ସରକାର ଙ୍କର ଦାୟିତ୍ବହୀନତା,ଡିଜେଲ ର ଅହେତୁକ ମୂଲ୍ୟ ବୃଦ୍ଧି,କୀଟନାଶକ ର ବ୍ୟାପକ ମୂଲ୍ୟ ବୃଦ୍ଧି ଆଜି ଚାଷୀ ଆଉ ଚାଷ ସମ୍ୱନ୍ଧୀୟ ଅର୍ଥନୀତି କୁ ବିଗାଡି ଦେଇଛି । କେନ୍ଦ୍ର ସରକାର ଅବିଳମ୍ବେ ତୁରନ୍ତ ଓଡ଼ିଶା କୁ ଧାର୍ଯ୍ୟ ପ୍ରତିଶ୍ରୁତି ମୁତାବକ ସାର ଯୋଗାଇ ଦେବା କୁ ସେ ଦାବି କରିଥିଲେ । ଅନ୍ୟମାନଂକ ମଧ୍ୟରେ ପୂର୍ବତନ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟୁଆ,ପୂର୍ବତନ ସମ୍ବଲପୁର ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ,ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଏସ.ଡ଼ି.ଏ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ମହାନ୍ତି,ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ରାଜକିଶୋର ଦାସ,ଚାଷୀ ନେତା ଶ୍ରୀ ଚୁଡାମଣି ପଟେଲ,ଶ୍ରୀ ଗୋପାଳ ଅଗ୍ରୱାଲ,ମହିଳା ଚାଷୀ ନେତ୍ରୀ ତଥା ବାମରା ଜିଲ୍ଲା ପରିଷଦ ସଭ୍ୟା ଓ ବିଜେଡି ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ କୁମୁଦିନୀ ନାଏକ ,ଅନ୍ୟତମ ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ପ୍ରଦୀପ ମିଶ୍ର,ବିଶିଷ୍ଟ ଚାଷୀ ନେତା ଶ୍ରୀ କୁମାରଚାନ୍ଦ ରାଉତ,ରେଢ଼ାଖୋଲ ଅଂଚଳ ର ଚାଷୀନେତା ତଥା ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ଅନାଦି ଚରଣ ସାହୁ,କୁଚିଣ୍ଡା ଅଂଚଳ ର ଚାଷୀନେତା ଶ୍ରୀ ଗଜେନ୍ଦ୍ର ଭୋଇ,ଯୁଜୁମୁରା ଅଂଚଳ ର ଚଷିନେତା ଶ୍ରୀ ବିନୋଦ ବଡ଼ପଣ୍ଡା,ବାମରା ବିଜେଡି ବ୍ଲକ ସଭାପତି ଶ୍ରୀ ରାଜ କୁମାର ଶୁକ୍ଲା,କୁଚିଣ୍ଡା ବ୍ଲକ ସଭାପତି ଶ୍ରୀ ଅମୁଲ୍ୟ ମିଶ୍ର,ନାକଟିଦେଉଳ ଅଂଚଳ ର ଚାଷୀନେତା ଶ୍ରୀ ମୁଣ୍ଡିଆ ରାଉଳ,ଧନକୋଡା ବ୍ଲକ ର ଚାଷୀନେତା ଓ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ରଜନୀ ସାହୁ,ଚାଷୀନେତା ତଥା ପୂର୍ବତନ ସରପଞ୍ଚ ଶ୍ରୀ ପ୍ରମୋଦ ନାୟକ,ପୂର୍ବତନ ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ଶ୍ରୀ ରାମ ସାଗର ସାହୁ,ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସେଲ ସଭାପତି ଶ୍ରୀ ମୋତିଲାଲ ତନ୍ତୀ,ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଇଂ.ଦିଲୀପ ଦୁରିଆ,ଧନକୋଉ ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀ ଶାନ୍ତନୁ ହୋତା,ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ କିରଣ ବେହେରା,ଜିଲ୍ଲା ର ଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ମାନିତା ଆଦିବାସୀ ଚାଷୀ ତଥା ମେଘପାଳ ପଂଚାୟତ ର ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ କାନହୁ ମିଶ୍ର,ଶ୍ରୀ ରୁଦ୍ର ପ୍ରଧାନ,ଗୋଶାଳା ଅଂଚଳ ର ଚାଷୀ ସଂଗଠକ ଶ୍ରୀ ବୁଲୁ ମିଶ୍ର,ଜଙ୍ଗଲା ସରପଞ୍ଚ ଇଂ.ଗାନ୍ଧୀ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀ ଉଦ୍ଧବ ବାରିକ ପ୍ରମୁଖ ଧାରଣାକାରୀଙ୍କୁ ସମ୍ବୋଧିତ କରିବା ସହ କେନ୍ଦ୍ର ର ବିଜେପି ସରକାର ଙ୍କର ଚାଷୀ ବିରୋଧୀ ନୀତି କୁ ଭର୍ସନା କରିଥିଲେ । ଯୁବ,ଛାତ୍ର,ମହିଳା ସଂଗଠନ ତରଫ ରୁ ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର,ମହିଳା ବିଜେଡି ସଭାପତି ଶ୍ରୀମତୀ ବନ୍ଦିତା ମିଶ୍ର,ଛାତ୍ର ବିଜେଡି ସଭାପତି ଡ଼.ସିଦ୍ଧାନ୍ତ ମହାନ୍ତି ସେମାଙ୍କର ସଂଗଠନ ତରଫ ରୁ ଚାଷୀ ଆନ୍ଦୋଳନ କୁ ଦୃଢ଼ ସମର୍ଥନ ଜ୍ଞାପନ କରିବା ସହ କେନ୍ଦ୍ର ସରକାର ଙ୍କର ଚାଷୀ ଯୁବକ,ଛାତ୍ର ଓ ମହିଳା ବିରୋଧୀ ନୀତି ଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ । ଛାତ୍ର ବିଜେଡି ସମ୍ବଲପୁର ଜୋନ ସଭାପତି ଶ୍ରୀ ମିଲନ ହୋତା ସଭା ସମାପ୍ତି ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମସ୍ତ ଜିଲ୍ଲା ନେତୃମଣ୍ଡଳୀ ଭାରତ ର ମହାମହିମ ରାଷ୍ଟ୍ରପତି ଙ୍କ ନିକଟକୁ ସମ୍ବଲପୁର ଜିଲ୍ଲାପାଲଙ୍କ ଜରିଆ ରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା ।