ରାଜ୍ୟରେ ଆଉ ୭୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ ବର୍ଗରେ ୧୦୮ ସଂକ୍ରମିତ | News Room Odisha

ରାଜ୍ୟରେ ଆଉ ୭୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ ବର୍ଗରେ ୧୦୮ ସଂକ୍ରମିତ

ଭୁବନେଶ୍ୱର – ରାଜ୍ୟରେ ଆଉ ୭୫୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୪୩୮ ଓ ସ୍ଥାନୀୟ ଅଂଚଳରୁ ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୨୬୧, କଟକରୁ ୧୧୦, ବାଲେଶ୍ୱରୁ ୪୩, ଯାଜପୁରରୁ ୨୮, ପୁରୀରୁ ୨୮, ସୁନ୍ଦରଗଡରୁ ୨୬, ଜଗତସିଂହପୁରରୁ ୨୫, ମୟୂରଭଞ୍ଜରୁ ୨୩, କେନ୍ଦ୍ରାପଡାରୁ ୧୯, କେନ୍ଦୁଝରରୁ ୧୬, ଅନୁଗୁଳରୁ ୧୬, ନୟାଗଡରୁ ୧୩, ସମ୍ବଲପୁରରୁ ୧୩, ରାୟଗଡାରୁ ୯, ଢେଙ୍କାନାଳରୁ ୯, ଦେବଗଡରୁ ୯, ମାଲକାନଗିରିରୁ ୯, ଭଦ୍ରକରୁ ୭, ନୂଆପଡାରୁ ୭,କୋରାପୁଟରୁ ୬,ବଲାଙ୍ଗିରରୁ ୪, ଗଞ୍ଜାମରୁ ୪, ବୌଦ୍ଧରୁ ୩, କଳାହାଣ୍ଡିରୁ ୨, ନବରଙ୍ଗପୁରରୁ ୨, ଝାରସୁଗୁଡାରୁ ୧, କନ୍ଧମାଳରୁ ୧ ଓ ବରଗଡରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଓ ସୁବର୍ଣ୍ଣପୁରରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏ ୧୦ ଲକ୍ଷ ୯ ହଜାର ୨୨୩ କୋରୋନା ପଜିଟିଭ ହୋଇଛନ୍ତି । ୯ ଲକ୍ଷ ୯୩ ହଜାର ୯୦୧ ସୁସ୍ଥ ହୋଇସାରିଲେଣି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୭ ହଜାର ୨୪୧ ।

COVID-19Odisha