ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ, ୫ରେ ଶିଳାନ୍ୟାସ | News Room Odisha

ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ, ୫ରେ ଶିଳାନ୍ୟାସ

ଭୁବନେଶ୍ୱର – ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅନ୍ଧାରୁଆରେ ଏକ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି । ଭୁବନେଶ୍ୱର ଅନ୍ଧାରୁଆରେ ୨୫ ଏକର ଜମିରେ ଏହି ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ରାଜ୍ୟରେ ସବୁ ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟର ବଛାବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାର ସୁଯୋଗ ପାଇବେ । ଆସନ୍ତା ୫ ତାରିଖରେ ଆଇକନିକ ସ୍କୁଲର ଭିତ୍ଥିପ୍ରସ୍ଥର ସ୍ଥାପନ କରାଯିବ ।