ପାରା ଅଲିମ୍ପିକ୍ସ ବ୍ୟାଡମିଂଟନ ଫାଇନାଲରେ ପ୍ରମୋଦ ଭଗତ | News Room Odisha

ପାରା ଅଲିମ୍ପିକ୍ସ ବ୍ୟାଡମିଂଟନ ଫାଇନାଲରେ ପ୍ରମୋଦ ଭଗତ

ଟୋକିଓ- ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଏସଏଲ -୩ ବଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଫାଇନାଲରେ ସେ ଭାରତର ହିଁ ମନୋଜ ସରକାର ବା ଗ୍ରେଟ୍ ବ୍ରିଟେନର ଡାନିଏଲ ବିଥେଲଙ୍କୁ ଭେଟିବେ । ଆଜି ଅପରାହ୍ନରେ ହିଁ ଖେଳାଯିବ ଫାଇନାଲ୍ ।