ରାଜ୍ୟରେ ୨୧୭୧କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନଓ, ମିଳିବ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ | News Room Odisha

ରାଜ୍ୟରେ ୨୧୭୧କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନଓ, ମିଳିବ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର- ରାଜ୍ୟରେ ୨୧୭୧ ଦଶମିକ ୮୨ କୋଟି ଟଙ୍କାର ୧୦ଟି ପୁଂଜିନିବେଶ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲଓି୍ୱଣ୍ଡୋ କ୍ଲିୟରାନ୍‌ସ ଅଥରିଟିଙ୍କ ଅନୁମୋଦନ ମିଳିଛି । ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ୫ ହଜାର ୨୪୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲଓି୍ୱଣ୍ଡୋ କ୍ଲିୟରାନ୍‌ସ ଅଥରିଟିର ବୈଠକ ବସି ପ୍ରକଳ୍ପଗୁଡିକୁ ଅନୁମୋଦତ ମିଳିଥିଲା । ଶିଳ୍ପ ପ୍ରକଳ୍ପଗୁଡିକୁ ଆବଶ୍ୟକ ଅନୁସାରେ ଜମି ଓ ଜଳ ଯୋଗାଇବା ପାଇଁ ବିଜ୍ଞାନସମ୍ମତ ଆକଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ସିମେଂଟଗ୍ରାଇଣ୍ଡିଂ ,ଇଥନଲ ଉତ୍ପାଦନ , ଖାଦ୍ୟ ପ୍ରକ୍ରିୟାକରଣ , ପର୍ଯ୍ୟଟନ, ଅକ୍ଷୟ ଶକ୍ତି ପ୍ରମୁଖ ରହିଛି ।