ସୁହାସ ୟତିରାଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ସୁହାସ ୟତିରାଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଟୋକିଓ ପାରା ଅଲିମ୍ପିକ୍ସରେ ଆଇଏଏସ ଅଫିସର ସୁହାସ ୟତିରାଜ ବ୍ୟାଡମିଂଟନ ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମ ଆଇଏଏସ ଅଫିସର ଭାବେ ପାରା ଅଲିମ୍ପିକ୍ସରେ ପଦକ ଜିତି ପ୍ରଶାସନିକ ସେବା ଓ ଦେଶକୁ ସେ ବେଶ୍ ଗର୍ବିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭବିଷ୍ୟତରେ ଆହୁରି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।