ଆଜିର ବିଧାନସଭା : ମରୁଡି ନେଇ ହେବ ଆଲୋଚନା, ଆସିବ ଦୁଇଟି ବିଲ୍ | News Room Odisha

ଆଜିର ବିଧାନସଭା : ମରୁଡି ନେଇ ହେବ ଆଲୋଚନା, ଆସିବ ଦୁଇଟି ବିଲ୍

ଭୁବନେଶ୍ୱର – ଗୋଟିଏ ଦିନର ବିରତି ପରେ ଆଜି ପୁଣି ବିଧାନସଭା ବସିବ । ଆଜି ରାଜ୍ୟର ମରୁଡି ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ସରକାରୀ ଦଳ ମୁଖ୍ୟ ସଚେତକ ଏ ନେଇ ଗୃହରେ ମୋସନ ଆଣିବେ । ପୂର୍ବରୁ ଗୃହରେ ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇଥିଲା । ଆଜି ବିଧାନସଭାରେ ଦୁଇଟି ବିଲ୍ ଆଗତ ହୋଇପାରେ । ଓଡିଶା ମ୍ୟୁନିସିପାଲ୍ ଆଇନ ସଂଶୋଧନ ବିଲ୍ ୨୦୨୧ ଏବଂ ଓଡିଶା ପଂଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧ ଆଗତ ହୋଇପାରେ ।

ବିଧାନସଭର ଆଜି ପ୍ରଶ୍ନକାଳରେ ସ୍ୱରାଷ୍ଟ୍ର, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ, ଅବକାରୀ, ଇସ୍ପାତ ଓ ଖଣି ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।