ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ | News Room Odisha

ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ଭୁବନେଶ୍ୱର – ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ୨୦୨୨-୨୩ରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ସେ କହିଛନ୍ତି । ୧୦୦ ଏମବିବିଏସ୍ ସିଟ୍‌ ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ୨୭୧ ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ । ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଗୃହରେ କହିଛନ୍ତି ।

ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ୨୦୦ ଏକର ଜମି ଓ ଡିଏମଏଫ ପଣ୍ଡରୁ ଟଙ୍କା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଗୃହରେ କହିଛନ୍ତି ।