ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ | News Room Odisha

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦

ପୁରୀ- ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ସହ ବିଭିନ୍ନ ଦଳର ପ୍ରତିନିଧ ଯୋଗ ଦେଇଥିଲେ । ଉପନିର୍ବାଚନ ପ୍ରଚାର ବେଳେ କୌଣସି ବାଇକ୍ କିମ୍ବା ସାଇକେଲ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ । ଷ୍ଟାର ପ୍ରଚାରକଙ୍କ ୧ ହଜାର ଲୋତ କିମ୍ବା ବସିବା କ୍ଷମତାର ୫୦ ପ୍ରତିଶତ ଲୋକ ସଭାରେ ଯୋଗ ଦେଇପାରିବେ ।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିବାକୁ ଏକ ଟୋଲ ଫ୍ରି ନମ୍ବର ୧୯୫୦ ଜାରି ହୋଇଛି । ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଠାରେ ୨ ଲକ୍ଷ ୨୯ ହଜାର ୯୯୮ ମତଦାତା ଅଛନ୍ତି । ମୋଟ ୩୪୮ଟି ବୁଥ ମଧ୍ୟରୁ ୭୩ଟି ସମ୍ବେଦନଶୀଳ ବୁଥ୍ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରଥମେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଓ ପରେ ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ପାଇଁ ସ୍ଥଗିତ ରହିଥିଲା ପିପିଲି ଉପନିର୍ବାଚନ । ଏବେ ଏହି ଆସନ ପାଇଁ ଏହି ମାସ ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ ।