ଭୁବନେଶ୍ୱର- ବିଧାନସଭାରେ ଓଡିଶା ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ଆଗତ ହୋଇଛି । ସଂଶୋଧିତ ବିଲରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ସଂରକ୍ଷଣ ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହିବ । ଏହି ବିଲ ଗୃହୀତ ହେଲେ ପୌର ନିର୍ବାଚନ ପାଇଁ ବାଟ ଫିଟିବ ।