ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି, ରେଳ ବିଭାଗ ନୀରବ | News Room Odisha

ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି, ରେଳ ବିଭାଗ ନୀରବ

ଭୁବନେଶ୍ୱର – ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହାର ବିକାଶ କରାଯାଉଛି । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ଷ୍ଟେସନର ବିକାଶ କରାଯାଉଛି । ଫ୍ଲାଟଫର୍ମ ନମ୍ବର ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ହୋଇସାରିଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ରେଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ବିଲଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃକ୍ଷଙ୍କ ଆବଶ୍ୟକ କ୍ଲିୟରାନ୍ସ ମିିଳିସାରିଛି । ପ୍ଲାନ ଓ ଡିଜାଇନ୍ ବି ଶେଷ ହୋଇଛି । ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ । ପାରିପାଶ୍ୱିର୍କ ଭିତ୍ତିଭୂମିର ବିକାଶ ରାଜ୍ୟ ସରକାର କରିବେ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।