ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ, ଦର୍ଶନ ନେଇ ଆସିପାରେ ନୂଆ ନିୟମାବଳୀ | News Room Odisha

ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ, ଦର୍ଶନ ନେଇ ଆସିପାରେ ନୂଆ ନିୟମାବଳୀ

ପୁରୀ- ଆଜି ଦିନ ୧୨ଟାରେ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଶାସନର ନୂଆ ନିୟମାବଳୀ ନେଇ ଆଲୋଚନା ସମ୍ଭାବନା ରହିଛି । ସପ୍ତାହାନ୍ତ ସଟ୍‌ଡାଉନ ଉଠିଯାଇଥିଲେ ମଧ୍ୟ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଛି । ଏହି ଦୁଇ ଦିନ ଶ୍ରୀମନ୍ଦିର ଖୋଲିବା, ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ଯାଏ ଦର୍ଶନ ଅନୁମତି ନେଇ ବୈଠକରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।