ପାରିବାରିକ କଳହ ନେଲା ୩ ଜୀବନ | News Room Odisha

ପାରିବାରିକ କଳହ ନେଲା ୩ ଜୀବନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପାରିବାରିକ କଳହରୁ ଆଉ ଏକ ଦୁଖଦ ଘଟଣା ମଙ୍ଗଳବାର ରାତିରେ ଘଟିଯାଇଛି। ଅନୈତିକ ସମ୍ପର୍କକୁ ସନ୍ଦେହ କରି ପୁଅ, ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଛି ଘରର ମୁଖିଆ। ମୃତକ ହେଲେ ବର୍ଷକର ଶିଶୁ ପୁତ୍ର ଊମେଶ, ସ୍ତ୍ରୀ ରୁନୁ ଓ ସ୍ବାମୀ ସୁଜନ ପ୍ରଧାନ। ପ୍ରଥମେ ସ୍ତ୍ରୀ ଓ ପୁଅର ବେକକୁ ଧାରୁଆ ଆରି ବ୍ଲେଡରେ କାଟି ହତ୍ୟା କରିବା ପରେ ନିଜେ ଘର ଛାତରୁ ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛି ସୁଜନ। ଚମାଖଣ୍ଡି ଥାନା ଅଧୀନ ପୁଟବଗଡ଼ ଗାଁରେ ଏହି ଘଟଣା ଘଟିଛି। ଆଜି ଦିନ ୧୧ଟା ବେଳେ ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।