ଏସିଏଫ ସୌମ୍ୟ ମୃତ୍ୟୁ ମାମଲା : ପୋଲିସ ଓ କ୍ରାଇମବ୍ରାଂଚ ରେକର୍ଡ କରିଥିବା ବୟାନର ଯାଞ୍ଚଚାଲିଛି | News Room Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା : ପୋଲିସ ଓ କ୍ରାଇମବ୍ରାଂଚ ରେକର୍ଡ କରିଥିବା ବୟାନର ଯାଞ୍ଚଚାଲିଛି

ଭୁବନେଶ୍ୱର- ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ନେଇ କ୍ରାଇମବ୍ରାଂଚ କହିଛି ଯେ, ବିଭିନ୍ନ ପକ୍ଷର ବୟାନ ନିଆଯାଇଛି । ୨ଟି ପର୍ଯ୍ୟାୟରେ ୨୧ ଜଣଙ୍କୁ ପଚରାଉଚରା କରାଯାଇଛି । ପୋଲିସର ବୟାନ ଓ କ୍ରାଇମବ୍ରାଂଚକୁ ଦିଆଯାଇଥିବା ବୟାନର ତାଳମେଳ ଯାଂଚ ହେଉଛି । ଆବଶ୍ୟକ ହେଲେ ପୂର୍ବତନ ରାତ୍ରି ଜଗୁଆଳଙ୍କୁ ପଚରାଉଚରା ହେବ । ବିଦ୍ୟାଭାରତୀ ବାସଭବନକୁ ଆସିବା ପୂର୍ବରୁ ଜଗୁଆଳଙ୍କ ଛଟେଇ ହୋଇସାରିଥିଲା । ଡିଏଫଓ ରାତିଅଧରେ ସୌମ୍ୟଙ୍କ ଘରକୁ ଯିବା ମନ୍ତବ୍ୟର ଯାଂଚ ହେବ । ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପ୍ରଶ୍ନ ତିଆରି ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।