ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ, ଧାୱନ ବାଦ୍‌, ମହେନ୍ଦ୍ର ସିଂହ ଧୋନି ହେବେ ଦଳର ମେଂଟର | News Room Odisha

ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ, ଧାୱନ ବାଦ୍‌, ମହେନ୍ଦ୍ର ସିଂହ ଧୋନି ହେବେ ଦଳର ମେଂଟର

ମୁମ୍ବାଇ- ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ ହୋଇଛି । ବିରାଟ କୋହଲୀଙ୍କ ନେତୃତ୍ୱରେ ଦଳ ବିଶ୍ୱକପରେ ଖେଳିବ । ଘୋଷିତ ୧୬ ଜଣିଆ ଦଳରେ ଶିଖର ଧାୱନଙ୍କୁ ସ୍ଥାନ ମିଳିନାହିଁ । ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି ।

ଘୋଷିତ ଦଳ ହେଲା – ବିରାଟ କୋହଲୀ, ରୋହିତ ଶର୍ମା, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଇଷାନ କିଷାନ,ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତି , ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ସାମି ।
ଷ୍ଟାଣ୍ଡବାୟ ଖେଳାଳି – ଶ୍ରେୟାସ ଆୟର, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହର ।