ଆୟକର ରିଟର୍ଣ୍ଣସ ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି | News Room Odisha

ଆୟକର ରିଟର୍ଣ୍ଣସ ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମା ପୁଣି ଥରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏବେ ଏହି ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ । କିନ୍ତୁ ଏ ବର୍ଷ ମେ ମାସରେ ସରକାର ସମୟସୀମା ସେପଟେମ୍ବର ୩୦ ଯାଏଁ ବୃଦ୍ଧି କରିଥିଲେ । ଏବେ ସମୟସୀମା ବଢାଯାଇ ଡିସେମ୍ବର ୩୧ ରଖାଯାଇଛି ।