ଜାତୀୟ ଓପନ ଆଥଲେଟିକ୍ସରେ ଭାଗ ନେବା ପାଇଁ ଓଡିଶାର ୫ ଆଥଲେଟଙ୍କ ଯୋଗ୍ୟତା ହାସଲ | News Room Odisha

ଜାତୀୟ ଓପନ ଆଥଲେଟିକ୍ସରେ ଭାଗ ନେବା ପାଇଁ ଓଡିଶାର ୫ ଆଥଲେଟଙ୍କ ଯୋଗ୍ୟତା ହାସଲ

ଭୁବନେଶ୍ୱର- ଓଡିଶାର ୫ ଜଣ ଆଥଲେଟ ଆସନ୍ତା ୧୫ରୁ ୱାରଙ୍ଗଲରେ ଆରମ୍ଭ ହେବାକୁ ଥିବା ୬୦ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେବା ପାଇଁ ଯୋଗ୍ୟତାହାସଲ କରିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୮ତମ ରାଜ୍ୟ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେଇ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ଯୋଗ୍ୟତା ଲକ୍ଷ୍ୟକୁ ସେମାନେ ହାସଲ କରିବାରେ ସଫଳ ହୋଇଛନ୍ତି । ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟମାନେ ହେଲେ ସ୍ୱାଧୀନ ମାଝି ( ହାଇଜମ୍ପ ), କିଶୋର କୁମାର ଜେନା ( ଜାଭେଲିନ ) ଅଶୋକ ଦଣ୍ଡସେନା ( ୧୫୦୦ ମିଟର ଦୌଡ ), ବିଘ୍ନରାଜ ମିରିଡିଆ ( ୪୦୦ ମିଟର ଦୌଡ ) , ସସ୍ମିତା ତିଗା ( ମହିଳା ୩୦୦୦ ହଦାର ମିଟର ଷ୍ଟିପଲଚେଜ୍ ) ।