ରାଜ୍ୟରେ ଆଉ ୭୪୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ ବୟସର ୧୧୯ | News Room Odisha

ରାଜ୍ୟରେ ଆଉ ୭୪୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ ବୟସର ୧୧୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୪୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪୩୫ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଓ କଟକରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦, ବାଲେଶ୍ୱରରୁ ୩୨, ବରଗଡରୁ ୧୧, ଭଦ୍ରକରୁ ୯, ଦେବଗଡରୁ ୬, ଢେଙ୍କାନାଳରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୫, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡରୁ ୧୧, ନୂଆପଡାରୁ ୨, ପୁରୀରୁ ୧୭, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୧ ଓ ସୁନ୍ଦରଗଡରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ କୋରୋନାରେ ଆକ୍ରାନ୍ତ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ହେଉଛି ୧୦ ଲକ୍ଷ ୧୫ ହଜାର ୮୩ । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୯ ହଜାର ୮୫୯ । ୭ ହଜାର ୮୭ ରୋଗୀ ଚିକିତ୍ସାଧୀନ ଅଛନ୍ତି ।