ଭାଇରସ ମ୍ୟୁଟେସନ ନ ହେଲେ ତୃତୀୟ ଲହର ଆସିବା ସମ୍ଭାବନା କମ୍ : ସ୍ୱାସ୍ଥ୍ୟ ବିଶେଷଜ୍ଞ | News Room Odisha

ଭାଇରସ ମ୍ୟୁଟେସନ ନ ହେଲେ ତୃତୀୟ ଲହର ଆସିବା ସମ୍ଭାବନା କମ୍ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ହ୍ରାସ ଘଟିଥିଲେ ମଧ୍ୟ ଆଗାମୀ ତିନି ଚାରି ମାସ ସତର୍କ ରହିବାକୁ ପଡିବ । ତେବେ, ପାର୍ବଣ ସମୟରେ ଭିଡ ଜମୁଥିବାରୁ ସଂକ୍ରମଣ ଟିକେ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ଏପ୍ରିଲ ସୁଦ୍ଧା କୋରୋନା କମିଯାଇଥିବ । ତୃତୀୟ ଲହର ଆସିଲେ ବି ବଡ ଧରଣର ପ୍ରଭାବ ରହିବ ନାହିଁ । ଭାଇରସ ମ୍ୟୁଟେସନ ନ ହେଲେ ତୃତୀୟ ଲହର ଆସିବ ନାହିଁ । ଏହା ଆଇଆଇଟି କାନପୁରର ସଦ୍ୟତମ ଅଧ୍ୟୟନରୁ ଜଣା ପଡିଥିବା ସେ କହିଛନ୍ତି । ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ଟିକା ନେବା ପରେ ବି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢୁ ନାହିଁ , ସେମାନଙ୍କ ପାଇଁ ବୁଷ୍ଟର ଡୋଜ୍‌ର ଆବଶ୍ୟକ ରହିଛି ।