ବ୍ରହ୍ମପୁର ଲାଞ୍ଜିଆରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ପରେ ଘର ଭିତରକୁ ମାଡିଗଲା ଟ୍ରକ୍ ,୨ ଡ୍ରାଇଭର ଗୁରୁତର, ଅଳ୍ପକେ ବର୍ତ୍ତିଲେ ଘରଲୋକ | News Room Odisha

ବ୍ରହ୍ମପୁର ଲାଞ୍ଜିଆରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ପରେ ଘର ଭିତରକୁ ମାଡିଗଲା ଟ୍ରକ୍ ,୨ ଡ୍ରାଇଭର ଗୁରୁତର, ଅଳ୍ପକେ ବର୍ତ୍ତିଲେ ଘରଲୋକ

ବ୍ରହ୍ମପୁର – ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆ ଗାଁରେ ଅଭାବନୀୟ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ପରେ ଗାଁରେ ଘର ଭିତରକୁ ମାଡି ଯାଇଛି ଦୁଇଟି ଟ୍ରକ୍ । ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଏଥିରେ ଦୁଇଟିଯାକ ଟ୍ରକ୍‌ର ଡ୍ରାଇଭର ଗୁରୁତର ଆହତ ହୋଇ ଏମକେସିଜି ହସପିଟାଲରେ ଭର୍ତ୍ତିହୋଇଛନ୍ତି । ରାସ୍ତାକଡରେ ଥିବା ଏକ ଅଟୋ ଭାଙ୍ଗି ଚୂରମାର ହୋଇଯାଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକତ ଲୋକେ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି ।