ରାଜ୍ୟରେ ୬୪୯ ନୂଆ କୋରୋନା ମାମଲା, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୧୦୩ | News Room Odisha

ରାଜ୍ୟରେ ୬୪୯ ନୂଆ କୋରୋନା ମାମଲା, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୧୦୩

ଭୁବନେଶ୍ୱର- ରାଜ୍ୟରେ ଆଉ ୬୪୯ ନୂଆ କୋରୋନା ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂୂଆ ସଂକ୍ରମିତଙ୍କ ମଧ୍ୟରେ ଶିଶୁ-କିଶୋରଙ୍କ ସଂଖ୍ୟା ରହିଛି ୧୦୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫ ଓ କଟକରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୭, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୩୦, ସୁନ୍ଦରଗଡରୁ ୨୫, କେନ୍ଦ୍ରାପଡାରୁ ୨୪, ପୁରୀରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୯, ଅନୁଗୁଳରୁ ୯, ସମ୍ବଲପୁରରୁ ୯, ନୟାଗଡରୁ ୬, ଭଦ୍ରକରୁ ୬, ଝାରସୁଗୁଡାରୁ ୬, ବଲାଙ୍ଗିରରୁ ୫, କୋରାପୁଟରୁ ୫, ଗଞ୍ଜାମରୁ ୫, ରାୟଗଡାରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୨, ନୂଆପଡାରୁ ୨, ନବରଙ୍ଗପୁରରୁ ୧, ମାଲକାନଗିରିରୁ ୧, ଗଜପତିରୁ ୧, ଦେବଗଡରୁ ୧ ଓ ବୌଦ୍ଧରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏ ୧୦ ଲକ୍ଷ ୧୬ ହଜାର ୩୬୨ ଜଣ ଲୋକୋ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୧୦ ଲକ୍ଷ ୧ ହଜାର ୨୫୪ ଜଣ ସୁସ୍ଥ ହୋଇସାରିଛନ୍ତି । ୬ ହଜାର ୯୫୭ ଜଣ ଚିକିତ୍ସାଧୀନ ଅଛନ୍ତି ।