ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ : ଏସଆରସି | News Room Odisha

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ : ଏସଆରସି

ଭୁବନେଶ୍ୱର – ମହାନଦୀର ତଳମୁଣ୍ଡରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିବ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ଏ ଯାଏଁ ମୋଟ ୧୮ଟି ଗେଟ୍ ଖୋଲାଯାଇ ବନ୍ୟାପାଣି ନିଷ୍କାସିତ ହେଉଛି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଥିବା କହିଛନ୍ତି ଏସଆରସି ପି.କେ ଜେନା । ୪ ହଜାର ୩୩୪ଟି ଗାଁ ଓ ୩୯ଟି ପୌରାଂଚଳ ପ୍ରଭାବିତ ହୋଇଛି । ୩ ହଜାର ୮୩୯ ଘର ଓ ୧.୩୦ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ତିନି ଦିନର ପ୍ରବଳ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ।