ପୁରୀ ଜିଲ୍ଲାର ୨୬ଟି ଗାଁରେ ବନ୍ୟା ପରିସ୍ଥିତି | News Room Odisha

ପୁରୀ ଜିଲ୍ଲାର ୨୬ଟି ଗାଁରେ ବନ୍ୟା ପରିସ୍ଥିତି

ପୁରୀ – ପୁରୀ ଜିଲ୍ଲାର ୨୬ଟି ଗାଁରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି । ହଜାର ହଜାର ହେକ୍ଟର ଜମିରେ ଉଦ୍ୟାନ କୃଷି ପ୍ରଭାବିତ ହୋଇଛି । ସପ୍ତାହକ ମଧ୍ୟରେ କୃଷି ଓ ରାଜସ୍ୱ ବିଭାଗ କ୍ଷତି ଆକଳନ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତିରେ ନିରପେକ୍ଷତା ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅସ୍ତରଙ୍ଗ, ପୁରୀ ସହର, ଗୋପ ଓ କାକଟପୁରରୁ ୧୫୦୦ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ସହ କୋଭିଡ ଟେଷ୍ଟ ବି କରାଯାଇଛି ବୋଲି ବର୍ମା କହିଛନ୍ତି ।