ତିନି ଦିନ ପରେ ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ୫ ଶହ ଉପରେ, ୫୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶିଶୁ-କିଶୋରଙ୍କ ସଂଖ୍ୟା ୭୭ | News Room Odisha

ତିନି ଦିନ ପରେ ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ୫ ଶହ ଉପରେ, ୫୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶିଶୁ-କିଶୋରଙ୍କ ସଂଖ୍ୟା ୭୭

ଭୁବନେଶ୍ୱର – ତିନି ଦିନ ୫ ଶହରୁ ତଳେ ରହିବା ପରେ ପୁଣି ବଢିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୭ ଜଣ ଶିଶୁ କିଶୋର ବର୍ଗର ଅଛନ୍ତି । କିନ୍ତୁ ୮ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ । ସଙ୍ଗରୋଧରୁ ୩୩୬ ଓ ସ୍ଥାନୀୟ ଅଞ୍ଚଳରୁ ୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଓ କଟକରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୨୯, ପୁରୀରୁ ୧୮, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୩, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୦, ସୁନ୍ଦରଗଡରୁ ୧୦, ଢେଙ୍କାନାଳରୁ ୯, ବରଗଡରୁ ୮, ଭଦ୍ରକରୁ ୭, ମୟୂରଭଞ୍ଜରୁ ୭, ନୟାଗଡରୁ ୭, ରାୟଗଡାରୁ ୬, ସମ୍ବଲପୁରରୁ ୬, ଅନୁଗୁଳରୁ ୬, କୋରାପୁଟରୁ ୪, ଦେବଗଡରୁ ୨, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନା ପଜିଟିଭ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୨୯୮କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୪ ହଜାର ୧୬୪ ସୁସ୍ଥ ହୋଇସାରିଛନ୍ତି । ୫ ହାର ୯୬୩ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

COVID-19