ଗାଡ଼ି ଧକ୍କାରେ ୨ ମହିଳାଙ୍କ ଜୀବନ ଗଲା | News Room Odisha

ଗାଡ଼ି ଧକ୍କାରେ ୨ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଶୁକ୍ରବାର ସକାଳ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ କୌଣସି ଏକ ଗାଡ଼ି ଧକ୍କାରେ ତମାଳ ବିନ୍ଧାଣୀ (୫୦) ଓ ଚିନାରୀ ବାଙ୍ଗାରୀ ପାତ୍ର (୬୦)ଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ମହିଳା ଭୋର ପ୍ରାୟ ୪ଟାରେ ନିତ୍ୟକର୍ମ ସାରିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବା ଏକ ଗାଡି ଏମାନଙ୍କୁ ଧକ୍କା ଦେଇ ଚମ୍ପଟ ମାରିଛି। କ୍ଷତିପୂରଣ ଓ ବାରମ୍ବାର ଦୁର୍ଘଟଣା ଘଟୁଥିବା ହେତୁ ତାହାର ପ୍ରତିକାର ଦାବି କରି ଗ୍ରାମବାସୀ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।