ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ଜଳସ୍ତର ବୃଦ୍ଧି | News Room Odisha

ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର – ହୀରାକୁଦ ଡ୍ୟାମରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ହୀରକୁଦ ଜଳ ଭଣ୍ଡାରରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ବେଳେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ୍ ଡ୍ୟାମରୁ ଛଡା ଯାଇଥିବା ବନ୍ୟା ଜଳ ମହାନଦୀରେ ପହଂଚିବା ପରେ ନରାଜଠାରେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଡ୍ୟାମର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭ ଦଶମିକ ୮୩ ଫୁଟ ଥିବା ବେଳେ ସକାଳ ୮ଟାବେଳକୁ ଏହା ସାମାନ୍ୟ ହ୍ରାସ ପାଇ ୬୨୮ ଦଶମିକ ୮୧ ଫୁଟ୍ ରହିଥିଲା । ସକାଳ ୬ଟାରେ ନରାଜରେ ମହାନଦୀ ଜଳସ୍ତର ୨୫ ଦଶମିକ ୫୦ ମିଟର ଥିବା ବେଳେ ସକାଳ ୯ଟାରେ ତାହା ବୃଦ୍ଧି ପାଇଁ ୨୫ ଦଶମିକ ୬୭ମିଟର ଥିଲା ।