୨୦ରୁ କୋରୋନା କଟକଣା ମଧ୍ୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ ପାଠପଢା | News Room Odisha

୨୦ରୁ କୋରୋନା କଟକଣା ମଧ୍ୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୦ ତାରିଖରୁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋରୋନା ସଂକ୍ରମଣ ହ୍ରାସ ପରେ ଏହି ନିଷ୍ପତ୍ତି ନିଆଯାଇଛି । କାଲିଠାରୁ ହଷ୍ଟେଲ ଖୋଲିବ । ସଂପୂର୍ଣ୍ଣ କୋରୋନା କଟକଣାରେ ପାଠପଢା ହେବ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । କଂଟେନମେଂଟ ଜୋନରେ ରହୁଥିବା ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ କଲେଜ କି ବିଶ୍ୱବିଦ୍ୟାଳୟ ଆସିବେ ନାହିଁ । ଶ୍ରେଣୀଗୃହ ଓ କ୍ୟାମ୍ପସରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ । ସାମାଜିକ ଦୂରତା ବଜାୟ ରଖାଯିବ । ଆବଶ୍ୟକ ହେଲେ ଛାତ୍ରଛାତ୍ରୀଙ୍କୁ ଅଲଗା ବ୍ୟାଚ କରି ପଢାଯିବ । କ୍ୟାମ୍ପସରେ ଛେପ ପକାଇବା ବାରଣ କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ଆଇସୋଲେସନ ରୁମ୍ ରଖିବାକୁ କୁହାଯାଇଛି ।