ରାଜ୍ୟରେ ପୁଣି ୬ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ, ୫୧୦ ନୂଆ ଆକ୍ରାନ୍ତ, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୭୯ | News Room Odisha

ରାଜ୍ୟରେ ପୁଣି ୬ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ, ୫୧୦ ନୂଆ ଆକ୍ରାନ୍ତ, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୭୯

ଭୁବନେଶ୍ୱର – କିଛି ଦିନ ପରେ ରାଜ୍ୟରେ ପୁଣି ଥରେ ୬ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ-କିଶୋରଙ୍କ ସଂଖ୍ୟା ହେଉଛି ୭୯ । ସଙ୍ଗରୋଧରୁ ୨୯୭ ଓ ସ୍ଥାନୀୟ ଅଂଚଳରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୭ ଓ ଗଜପତିରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୩୩, ଜଗତସିଂହପୁରରୁ ୨୨, ଯାଜପୁରରୁ ୨୨, ପୁରୀରୁ ୨୦, ମୟୂରଭଞ୍ଜରୁ ୧୪, ଗଞ୍ଜାମରୁ ୧୨, ସମ୍ବଲପୁରରୁ ୯, ଝାରସୁଗୁଡାରୁ ୮, ଭଦ୍ରକରୁ ୯, କେନ୍ଦ୍ରାପଡାରୁ ୭, ଗଜପତିରୁ ୭, କନ୍ଧମାଳରୁ ୪, ମାଲକାନଗିରିରୁ ୪, ଅନୁଗୁଳରୁ ୩, କୋରାପୁଟରୁ ୩, ରାୟଗଡାରୁ ୩, ସୁନ୍ଦରଗଡରୁ ୩, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ଜିଲ୍ଲାରେ କୌଣସି ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୦ ହଜାର ୭୫୪ ଲୋକ କୋରୋନା ପଜିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇସାରିଲେଣି ୧୦ ଲକ୍ଷ ୭ ହଜାର ୬୬ ଆକ୍ରାନ୍ତ । ୫ ହଜାର ୪୯୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।