ରାଜ୍ୟରେ ଦିନିକିଆ ଟିକାକରଣରେ ନୂଆ ରେକର୍ଡ , ଦିନକରେ ଦିଆଗଲା ୪ ଲକ୍ଷରୁ ଅଧିକ ଡୋଜ୍ ଟିକା | News Room Odisha

ରାଜ୍ୟରେ ଦିନିକିଆ ଟିକାକରଣରେ ନୂଆ ରେକର୍ଡ , ଦିନକରେ ଦିଆଗଲା ୪ ଲକ୍ଷରୁ ଅଧିକ ଡୋଜ୍ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାର ନୂଆ ରେକର୍ଡ । ଦିନକରେ ରେକର୍ଡ ୪ ଲକ୍ଷ ୧୬ ହଜାର ୪୫୪ ଡୋଜ୍ ଟିକା ଦିଆଯାଇଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ଡୋଜ୍ ଟିକା ଦିଆଯିବା ରାଜ୍ୟରେ ସର୍ବକାଳୀନ ରେକର୍ଡ । ଏହି ରେକର୍ଡ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ପୂର୍ବରୁ ଦିନକୁ ୪ ଲକ୍ଷରୁ ଅଧିକ ଡୋଜ୍ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏହି ଲକ୍ଷ୍ୟ ପୂରଣ ସଫଳ ହେଉଥିବାରୁ ଟିକାକରଣରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।