ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୫ ଶହ ତଳେ, ୪୬୨ ନୂଆ ପଜିଟିଭ, ଶିଶୁ-କିଶୋରଙ୍କ ସଂଖ୍ୟା ୭୦ | News Room Odisha

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୫ ଶହ ତଳେ, ୪୬୨ ନୂଆ ପଜିଟିଭ, ଶିଶୁ-କିଶୋରଙ୍କ ସଂଖ୍ୟା ୭୦

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇ ପୁଣି ୫ ଶହ ତଳେ ରହିଛି । ଦିନକ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୬୨ ନୂଆ କୋରୋନା ଆକ୍ରାନ୍ତ । ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୭୦ ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧, ଜଗତସିଂହପୁରରୁ ୩୧, କଟକରୁ ୩୦, ଯାଜପୁରରୁ ୨୮, ଭଦ୍ରକରୁ ୧୬, ସୁନ୍ଦରଗଡରୁ ୧୬, ପୁରୀରୁ ୧୩, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୨, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡାରୁ ୧୦, ଅନୁଗୁଳରୁ ୬, ନୟାଗଡରୁ ୫, ଝାରସୁଗୁଡାରୁ ୪, ବରଗଡରୁ ୪, ରାୟଗଡାରୁ ୪, ବଲାଙ୍ଗିରରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ନୂଆପଡାରୁ ୧, ସୁବର୍ଣ୍ଣପୁରରୁ ୧, ଦେବଗଡରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ଜିଲ୍ଲାକୁ କୌଣସି ନୂଆ ମାମଲା ଆସିନାହିଁ ।
ରାଜ୍ୟରେ ଏ ଯାବତ ୧୦ ଲକ୍ଷ ୨୧ ହଜାର ୨୧୬ ଜଣ କୋରୋନା ପଜିଟିଭ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୭ ହଜାର ୬୬୬ । ୫ ହଜାର ୩୫୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।