ଅତାବିରାରେ ‘ସୁନାପୁଅ’ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା | News Room Odisha

ଅତାବିରାରେ ‘ସୁନାପୁଅ’ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ- ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତ ଆଜି ନିଜ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଂଚିଛନ୍ତି । ଗାଁ ଲୋକେ ଅଲିମ୍ପିକ ବିଜେତାକୁ ଭବ୍ୟ ସ୍ୱାଗତ କରିଛନ୍ତି । ଅଲିମ୍ପିକ୍ସ ପଦକ ଜିତିବା ପରେ ପ୍ରଥମ ଥର ପାଇଁ ଅତାବିରାକୁ ଆସିଥିବା ପ୍ରମୋଦ ଭଗତଙ୍କୁ ଫୁଲରେ ସଜା ଯାଇଥିବା ଏକ ରଥରେ ବସାଇ ବିଶାଳ ବାଇକ ରାଲିରେ ଦ୍ୱାରା ସ୍ୱାଗତ କରାଯାଇଥିଲା । ଗୋଡଭଗାରୁ ଲାଦରପାଲି ରାମଚଣ୍ଡୀ ମନ୍ଦିର ଯାଏ ଦୀର୍ଘ ୧୦ କିଲୋମିଟର ରାସ୍ତାରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରମୋଦଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।