ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୨ ଆହତ | News Room Odisha

ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୨ ଆହତ

ଭଞ୍ଜନଗର- ଭଞ୍ଜନଗର ଲାଠିପଡା ନିକଟରେ ସଡକ ଦୁର୍ଘଟଣା ଘଟିଛି । ନୀଳକଣ୍ଠ ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭର ଓ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ । ବସ୍‌ଟି ଗୌଡଗୋଠରୁ କୃଷକମାନଙ୍କୁ ନେଇ ଭଞ୍ଜନଗର ଆସୁଥିଲା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତମାନଙ୍କୁ ସ୍ଥାନୀୟ ଲୋକେ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ ।