ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ | News Room Odisha

ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର – ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ମୋଟୁରୁ କଟକ ଫୁଲନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ତାଙ୍କ ଗାଡିକୁ ଅଟକାଇ ଥିଲା ଭିଜିଲାନ୍ସ । ତାଙ୍କ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା କୁଆଡେ ଆସିଲା ବୋଲି ପ୍ରଶ୍ନର କୌଣସି ସନ୍ତୋଷଜନକ ତଥ୍ୟ ଦେଇପାରି ନ ଥିଲେ ସୁଶାନ୍ତ । ସୁଶାନ୍ତଙ୍କ ଫୁଲନଖରା ସ୍ଥିତ ଘର ଓ କଟକ ଶ୍ୱଶୁର ଘରେ ଚଢାଉ କରିଥିଲା ଭିଜିଲାନ୍ସ । ସୁଶାନ୍ତଙ୍କ ଗାଡିରୁ ଛୋଟବଡ ୧୫ଟି ବ୍ୟାଗ୍ ରହିଥିଲା । ସୁଶାନ୍ତ ସାହୁ ଗତକାଲି ପରିବାର ସହ ଯେଉଁ କାରରେ ଆସୁଥିଲେ, ତାହାର ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର କହିଛନ୍ତି । ସୁଶାନ୍ତ ସାହୁ୨୦୦୯ରେ ଏସଆଇ ଭାବେ ଚାକିରୀରେ ଯୋଗ ଦେଇଥିଲେ । ପରେ ପଦୋନ୍ନତି ପାଇ ମୋଟୁ ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ ।ଏହାପୂର୍ବରୁ ସେ କଟକର ଟ୍ରାଫିକ ସବଇନସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।