ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ରୋଗୀ ଦେଖିପାରିବେ ଫାର୍ମାସିଷ୍ଟ, ୧୩ ପ୍ରକାର ରୋଗ ପାଇଁ ଦେଇପାରିବେ ଔଷଧ | News Room Odisha

ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ରୋଗୀ ଦେଖିପାରିବେ ଫାର୍ମାସିଷ୍ଟ, ୧୩ ପ୍ରକାର ରୋଗ ପାଇଁ ଦେଇପାରିବେ ଔଷଧ

ଭୁବନେଶ୍ୱର – ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବେ । ଏ ନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି,ସେଠାରେ ବିଭିନ୍ନ ସମୟରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ସୁପାରିଶ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି । ଫାର୍ମାସିଷ୍ଟମାନେ ଏଣିକି ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଜ୍ୱର, ମ୍ୟାଲେରିଆ, ଛିଙ୍କ, କାଶ, ଚର୍ମ ରୋଗ, ଡାଇରିଆ, ଆଘାତ,ପୋଡାଜଳା ଭଳି ୧୩ ଟି ରୋଗର ଚିକିତ୍ସା କରି ଔଷଧ ଦେଇପାରିବେ ଫାର୍ମାସିଷ୍ଟ । ପୂର୍ବରୁ ପଂଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା । ଏବେ ଗୋଟିଏ ରୋଗକୁ ତିନିଟି କିମ୍ବା ଚାରିଟି ଔଷଧ ଆସିଲାଣି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।