କର୍ମଚାରୀ ଓ ଓକିଲ କୋରୋନା ପଜିଟିଭ ପରେ ଭୁବନେଶ୍ୱର ଲୁଇସ ରୋଡ୍ କୋର୍ଟ କଂପ୍ଲେକ୍ସ ୩ ଦିନ ପାଇଁ ସିଲ୍ | News Room Odisha

କର୍ମଚାରୀ ଓ ଓକିଲ କୋରୋନା ପଜିଟିଭ ପରେ ଭୁବନେଶ୍ୱର ଲୁଇସ ରୋଡ୍ କୋର୍ଟ କଂପ୍ଲେକ୍ସ ୩ ଦିନ ପାଇଁ ସିଲ୍

ଭୁବନେଶ୍ୱର – ଏକାଧିକ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଭୁବନେଶ୍ୱର ଲୁଇସ ରୋଡ୍ ସ୍ଥିତ କୋର୍ଟ କଂପ୍ଲେକ୍ସକୁ ସିଲ୍ କରିଛି ବିଏମସି । ଆଜିଠାରୁ ୨୬ ତାରିଖ ଯାଏଁ ୩ ଦିନ ଲାଗି ଜୁଡିସିଆଲ କଂପ୍ଲେକ୍ସ ବନ୍ଦ ରହିବ । ୧୫ ଜଣ କର୍ମଚାରୀଙ୍କ ସହ କିଛି ଓକିଲ କୋରୋନା ପଜିଟିଭ ଜଣାପଡିଲା ପରେ କୋର୍ଟ କଂପ୍ଲେକ୍ସକୁ ସିଲ୍ କରିଦେଇଛି ବିଏମସି । କଂପ୍ଲେକ୍ସ ପରିସରରେ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟ, ବାର୍ ଆସୋସିଏସନ ଅଫିସ ରହିଛି । କୋର୍ଟ କଂପ୍ଲେକ୍ସ ପରିସରରେ ୨୭ ତାରିଖରେ ଆରଟି-ପିସିଆର୍ ଟେଷ୍ଟ କ୍ୟାମ୍ପ କରାଯିବ ।