କୁଳକୁ ଯାଇ ନ ପାରି ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସିଛି ହାତୀ , ଓଲଟିଲା ଓଡ୍ରାଫ ବୋଟ୍ | News Room Odisha

କୁଳକୁ ଯାଇ ନ ପାରି ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସିଛି ହାତୀ , ଓଲଟିଲା ଓଡ୍ରାଫ ବୋଟ୍

କଟକ- ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡିଛି । ହାତୀକୁ କୁଳକୁ ଘଉଡାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ବୋଟ୍ ଓଲଟି ପଡିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ହାତୀଟି ଫସିରହିଛି । କୁଳକୁ ଯାଇପାରୁ ନାହିଁ ହାତୀ । ଗହଳି ଯୋଗୁଁ ସେ କୁଳକୁ ଯାଇପାରୁ ନ ଥିବା କୁହାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।