ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍ ଓଲଟିବା ଘଟଣା : ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରତିନିଧି ଅରିନ୍ଦମଙ୍କ ମୃତ୍ୟୁ, କ୍ୟାମେରମ୍ୟାନ ଗୁରୁତର | News Room Odisha

ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍ ଓଲଟିବା ଘଟଣା : ଘରୋଇ ନ୍ୟୁଜ ଚ୍ୟାନେଲ ପ୍ରତିନିଧି ଅରିନ୍ଦମଙ୍କ ମୃତ୍ୟୁ, କ୍ୟାମେରମ୍ୟାନ ଗୁରୁତର

କଟକ –ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଏକ ଓଡ୍ରାଫ ବୋଟ୍ ଓଲଟି ପଡିବା ପରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଛି । ବୋଟ୍ ଓଲଟି ପଡିବା ପରେ ଓଡ୍ରାଫ୍ ଟିମ୍ ସହ ଅରିନ୍ଦମ ଓ ତାଙ୍କ କ୍ୟାମେରାମ୍ୟାନ ଭାସି ଯାଇଥିଲେ । କିଛି ସମୟ ପରେ ଅରିନ୍ଦମ, କ୍ୟାମେରାମ୍ୟାନ ଓ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଅରିନ୍ଦମଙ୍କୁ ଏସସିବିରେ ମୃତ ଘୋଷଣା କରାଯାଇଥିଲା । କ୍ୟାମେରମ୍ୟାନଙ୍କ ଅବସ୍ଥା ଗୁରୁତର ରହିଛି ।