ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରେଡ୍ ଆଲର୍ଟ | News Room Odisha

ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରେଡ୍ ଆଲର୍ଟ

ବ୍ରହ୍ମପୁର:  ସମ୍ଭାବ୍ୟ ବାତ୍ୟା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୯୦ କିମି ରହିପାରେ। ଏହା ମଧ୍ୟ ବିପଦଜନକ। ବର୍ତ୍ତମାନ ନଦୀ ମାନଙ୍କରେ ପାଣି ଭରି ରହିଛି। ତେଣୁ ପ୍ରବଳ ବର୍ଷା ହେଲେ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇପାରେ। ଗଞ୍ଜାମ ଜିଲ୍ଲାକୁ ଏ ଦୃଷ୍ଟିରୁ ରେଡ୍ ଆଲର୍ଟ ଜାରି ହୋଇଛି। ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହି ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଆଜି ପୂର୍ବାହ୍ଣରେ ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ସେ କହିଛନ୍ତି ଯେ ତିତଲି ବାତ୍ୟା ମୁକାବିଲାର ଅନୁଭୂତି ସହ କାମ କରିବୁ। ପାତ୍ରପୁର ବାଘଲଟି ଡ୍ୟାମ୍ ସମେତ ଅନ୍ୟ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ପ୍ରଶାସନ କାମ ଆରମ୍ଭ କରିଦେଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ନିଜ ସାଜସରଞ୍ଜାମ ସହ ପ୍ରସ୍ତୁତ ହେଉଛନ୍ତି। ରବିବାର ଓ ସୋମବାର ଗୋପାଳପୁର ସମୁଦ୍ରତଟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

Cyclone GulabGanjam AdminGanjam Collector Vijay Amruta KulangeGopalpurIMDOdisha