ରାଜ୍ୟରେ ଆଉ ୫୮୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ କିଶୋରଙ୍କ ସଂଖ୍ୟା ୯୬ | News Room Odisha

ରାଜ୍ୟରେ ଆଉ ୫୮୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଶିଶୁ କିଶୋରଙ୍କ ସଂଖ୍ୟା ୯୬

ଭୁବନେଶ୍ୱର – ରାଜ୍ୟରେ ଆଉ ୫୮୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ହେଉଛି ୯୬ । ସଙ୍ଗରୋଧରୁ ୩୪୨ ଓ ସ୍ଥାନୀୟ ଅଞ୍ଚଳରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦୬ ଓ କଟକରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୩୮, ଯାଜପୁରରୁ ୩୬, ଜଗତସିଂହପୁରରୁ ୨୬, ମୟୂରଭଞ୍ଜରୁ ୨୫, ପୁରୀରୁ ୨୨, ସମ୍ବଲପୁରରୁ ୧୯, ସୁନ୍ଦରଗଡରୁ ୧୩, ଅନୁଗୁଳରୁ ୧୩, କେନ୍ଦ୍ରାପଡାରୁ ୧୨, ଭଦ୍ରକରୁ ୭, ଝାରସୁଗୁଡାରୁ ୭, କେନ୍ଦୁଝରରୁ ୭, ଗଞ୍ଜାମରୁ ୬, ବଲାଙ୍ଗିରରୁ ୬, ଢେଙ୍କାନାଳରୁ ୫, କୋରାପୁଟରୁ ୪, ନୟାଗଡରୁ ୪, ମାଲକାନଗିରିରୁ ୩, ଦେବଗଡରୁ ୩, କନ୍ଧମାଳରୁ ୨, ରାୟଗଡାରୁ ୨, ବରଗଡରୁ ୨, କଳାହାଣ୍ଡିରୁ ୧, ନୂଆପଡାରୁ ୧ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୨୪ ହଜାର ୩୨୦ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୦ ହଜାର ୧୮୩ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୫ ହଜାର ୯୦୯ ।

COVID-19