କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରଭାବ | News Room Odisha

କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରଭାବ

ଭୁବନେଶ୍ୱର – କୃଷି ଆଇନ ବିରୋଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇଛି । ୨୧ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି । ରାଜ୍ୟରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ବନ୍ଦକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଅଫିସ ଶୀଘ୍ର ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ରାଜ୍ୟ ସଡକ ପରିବହନ ନିଗମ ଅପରାହ୍ନ ୩ଟା ଯାଏଁ ବସ୍ ନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଭାରତ ବନ୍ଦ ଡାକରାରେ ବରଗଡ ଜିଲ୍ଲାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ଗାନ୍ଧି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଗାଡି ଚଳାଚଳ, ଦୋକାନ ବଜାର , ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ରାୟଗଡାରେ ମଧ୍ୟ ବନ୍ଦ ପ୍ରଭାବେ ଦେଖିବାକୁ ମିଳିଛି । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ବନ୍ଦ ସମର୍ଥକ । ଯାନବାହନ ଚଳାଚଳ ବନ୍ଦ ରହିଛି ।