ବାତ୍ୟା ଗୁଲାବ ଗଭୀର ଅବପାତ ରୂପେ ସକ୍ରିୟ, ୬ ଘଣ୍ଟାରେ ଅବପାତରେ ପରିଣତ ହେବ | News Room Odisha

ବାତ୍ୟା ଗୁଲାବ ଗଭୀର ଅବପାତ ରୂପେ ସକ୍ରିୟ, ୬ ଘଣ୍ଟାରେ ଅବପାତରେ ପରିଣତ ହେବ

ଭୁବନେଶ୍ୱର – ବାତ୍ୟା ଗୁଲାବ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସକ୍ରିୟ ରହିଛି । ଗତ ୬ ଘଣ୍ଟା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବାତ୍ୟା ଗୁଲାବ ଗତକାଲି ରାତିରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା । ଓଡିଶାକୁ ବିପଦ ଟଳିଥିଲା । କିନ୍ତୁ ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି ରାୟଗଡା,ଗଜପତି ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଜପତି,ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।