ଭୟଙ୍କର ବିସ୍ଫୋରଣରେ ଉଡିଗଲା ପୁରୀ ବଳଙ୍ଗା ଥାନାର ଛାତ, ଭୁଶୁଡିଲା କାନ୍ଥ, କାରଣ ଅସ୍ପଷ୍ଟ | News Room Odisha

ଭୟଙ୍କର ବିସ୍ଫୋରଣରେ ଉଡିଗଲା ପୁରୀ ବଳଙ୍ଗା ଥାନାର ଛାତ, ଭୁଶୁଡିଲା କାନ୍ଥ, କାରଣ ଅସ୍ପଷ୍ଟ

ପୁରୀ – ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ କାନ୍ଥ ଭୁଶୁଡି ପଡିଛି । ସୌଭାଗ୍ୟବଶତଃ ଡ୍ୟୁଟିରେ ଥିବା ଥାନା କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କେଉଁ କାରଣରୁ ବିସ୍ଫୋରଣ ହେଲା, ତାହାର ତଦନ୍ତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ଜବତ କରାଯାଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ପୁରୀ ଏସପି ଓ ଏସଡିପିଓ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।