କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ଓଡିଶା ସରକାର | News Room Odisha

କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ଓଡିଶା ସରକାର

ଭୁବନେଶ୍ୱର – କୋଭିଡରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଓଡିଶା ସରକାର ପାଳନ କରିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଏକ ଏସଓପି ଜାରି କରିବେ ବୋଲି ଡିଏମଇଟି ସିବିବେ ମହାନ୍ତି ସୂଚନା ଦେଇଛନ୍ତି । ସଂକ୍ରମିତ ହେବାର ମାସେ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ପରିବାରଙ୍କୁ ୫୦ ହଜାର ଟଙ୍କା ସହାୟତା ମିଳିବ । ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ଓ ଦୁର୍ଘଟଣାର ଶୀକାର ହୋଇଥିବା ଲୋକଙ୍କୁ ସହାୟତା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପାଳନ କଲେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁସଂଖ୍ୟା ବଢିବ ବୋଲି ଡିଏମଇଟି କହିଛନ୍ତି । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ୍ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି । ଏହାର ଅନୁପାଳନ କରାଯିବ ବୋଲି କହିଛନ୍ତି ଡିଏମଇଟି ।